ଆଜି ମାତୃ ଦିବସ: ଆରମ୍ଭ ଓ ଶେଷ ତୋ ଠୁ, ତୋତେ ବଖାଣିବା କଷ୍ଟକର….

ଭୁବନେଶ୍ୱର, ୧୨/୦୫: ଆଜି ମାତୃ ଦିବସ। ମା’ଙ୍କ ପାଇଁ ବିଶ୍ୱବ୍ୟାପୀ ପ୍ରତ୍ୟେଟି ମଣିଷ ଏହି ଦିବସକୁ ପାଳନ କରୁଛନ୍ତି । କିଏ କେକ୍ କାଟି ମାତୃ ଦିବସ ପାଳୁଛନ୍ତି ତ ଆଉ କିଏ ସୋସିଆଲ ମିଡିଆରେ ନିଜ ମାଙ୍କ ଫଟୋକୁ ସ୍ଥାନ ଦେଇ ମାତୃ ଦିବସ ପାଳନ କରୁଛନ୍ତି । ଦୁନିଆର ସବୁଠୁ ସୁନ୍ଦର ଶବ୍ଦ ହେଉଛି ମା, ଏହାର ଅର୍ଥ କହିବାକୁ ଶବ୍ଦକୋଷରେ ଥିବା ସବୁ ଶବ୍ଦ କମ ପଡିଯିବ। ଏହାକୁ ବଖାଣିବା ଅତ୍ୟନ୍ତ କଷ୍ଟକର । ତ୍ୟାଗ ଓ ତପସ୍ୟାର ପ୍ରତୀକ ମା । ନିଜ ପିଲାର ଜନ୍ମଠୁ ଆରମ୍ଭ କରି ବଡ଼ ହେବା ପର୍ଯ୍ୟନ୍ତ ସମସ୍ତ ଅଳି ଅଝଟ ଶୁଣିବା ସହ ଦାୟିତ୍ୱ ମଧ୍ୟ ତୁଲାଇଥାନ୍ତି । ମା ଶବ୍ଦ ଇଶ୍ୱରଙ୍କ ଠାରୁ ମଧ୍ୟ ମହାନ ହୋଇଥାଏ । ସେହି ପ୍ରେରଣାଦାୟୀ ମମତାମୟୀ ମଣିଷଟି ପାଇଁ ଆଜି ଦିନଟି ଉତ୍ସର୍ଗ ହୋଇଥିବା ବେଳେ ସମସ୍ତେ ମାତୃ ଦିବସ ପାଳନ କରୁଛନ୍ତି ।