ଅଭିନେତ୍ରୀ କରିନା କପୁରଙ୍କୁ କୋର୍ଟଙ୍କ ନୋଟିସ, ଜାଣନ୍ତୁ କାହିଁକି ?

ନୂଆଦିଲ୍ଲୀ, ୧୧/୦୫: ନିଜ ଲିଖିତ ପୁସ୍ତକ ପାଇଁ ଅଡୁଆରେ ପଡିଛନ୍ତି କରୀନା କପୁର। କପୁର ଖାନସ ପ୍ରେଗେନ୍ସି ବାଇବେଲକୁ ନେଇ ଆପତି ଉଠିବା ପରେ ଏବେ ଅଭିନେତ୍ରୀ କରିନା କପୁରଙ୍କୁ ମିଳିଛି କୋର୍ଟଙ୍କ ନୋଟିସ । ଖ୍ରୀଷ୍ଟଧର୍ମର ପବିତ୍ର ଧାର୍ମିକ ପୁସ୍ତକ ବାଇବେଲ । କରୀନା ନିଜ ବ୍ୟବସାୟିକ ଫାଇଦା ପାଇଁ ପୁସ୍ତକର ଶୀର୍ଷକରେ ବାଇବେଲ ଶଦ୍ଧକୁ ବ୍ୟବହାର କରିଥିବା ଅଭିଯୋଗ ହୋଇଛି ।ଏହାକୁ ବିରୋଧ କରି ମଧ୍ୟପ୍ରଦେଶରେ ଜଣେ ବ୍ୟକ୍ତି କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଆବେଦନ ଉପରେ ଶୁଣାଣୀ କରି କରୀନାଙ୍କୁ କୋର୍ଟ ନୋଟିସ ପଠାଇବା ସହ ପରବର୍ତୀ ଶୁଣାଣୀ ଜୁଲାଇ ୧ରେ ହେବ । କରୀନାଙ୍କ ପୁସ୍ତକ ଗର୍ଭବତୀ ମହିଳାଙ୍କ ଉଦ୍ଦେଶ୍ୟରେ ରହିଛି । ଗର୍ଭଧାରଣ ସମୟରେ ମା ମାନେ କିଭଳି ନିଜର ଯତ୍ନ ନେବେ ଏନେଇ ପୁସ୍ତକରେ ରହିଛି ଭଳିକି ଭଳି କଥା ।