ସମଲେଶ୍ବରୀ ମନ୍ଦିରର ବିକାଶ ପାଇଁ ସମଲେଇ ଯୋଜନା, ଖର୍ଚ୍ଚ ହେବ ୨୦୦ କୋଟି

ଭୁବନେଶ୍ୱର, ୧୭/୨: ଆଜି ମାଆ ସମଲେଶ୍ବରୀ ମନ୍ଦିରର ବିକାଶ ପାଇଁ ସମଲେଇ ଯୋଜନା’ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମଲେଇ ଯୋଜନା ଘୋଷଣା କରିଛନ୍ତି।ଏହି ଯୋଜନାରେ ଖର୍ଚ୍ଚ ହେବ ୨୦୦ କୋଟି ଟଙ୍କା।ଏହାସହ ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ପରେ ୫ ଟିରେ ସମଲେଶ୍ବରୀ ମନ୍ଦିର ସାମିଲ ହୋଇଛି ।

ଅନ୍ୟପଟେ ସମଲେଶ୍ବରୀ ମନ୍ଦିରରେ  ଐତିହ୍ୟ କରିଡର ରହିବ । ମନ୍ଦିର ଚାରିପଟେ ଭକ୍ତଙ୍କ ପରିକ୍ରମା ପାଇଁ ସୁବିଧା କରାଯିବ । ୧ କି.ମି ଯାଏ ପାଦଚଲା ରାସ୍ତା ଓ ବୃକ୍ଷ ରୋପଣ କରାଯିବ । ଯାତ୍ରୀଙ୍କ ପାଇଁ ମନ୍ଦିର ନିକଟରେ ପର୍ଯ୍ୟାପ୍ତ ସୁବିଧା କରାଯିବ।