ବିଜେଡି ଜାରି କଲା ନିର୍ବାଚନୀ ଇସ୍ତାହାର, ଜାଣନ୍ତୁ କଣ ରହିଛି ଏହି ଘୋଷଣା ପତ୍ରରେ

ଭୁବନେଶ୍ୱର,୦୯/୫: କଂଗ୍ରେସ ଓ ବିଜେପି ପରେ ଆଜି ବିଜେଡି ଜାରି କରିଛି ନିର୍ବାଚନୀ ଇସ୍ତାହାର । ଇସ୍ତାହାର ଜାରି କରି ନବୀନ କହିଲେ, ୨୪ ବର୍ଷରେ ବିଜେଡି ସରକାର ଓଡିଶାରେ ବିକାଶ କରିଛି । ଗରିବ ପଛୁଆ ରାଜ୍ୟ ଆଜି ଓଡିଶା ପାଇଁ ଅତିତ ହୋଇଛି । ଆଜିର ଓଡିଶା ଏକ ଆଧୁନିକ ଓଡିଶା ।ନବୀନ କହିଛନ୍ତି, ଏହି ଘୋଷଣା ପତ୍ର ଓଡିଶାରେ ଏକ ସୁବର୍ଣ୍ଣ ଯୁଗର ଭିତ୍ତି ପକାଇଛି । ୨୦୩୪ ସୁଦ୍ଧା ଓଡିଶା ଭାରତର ହେବ ଏକ ନମ୍ବର ରାଜ୍ୟ । ଯୁବଶକ୍ତି ପାଇଁ ରାଜ୍ୟ ବିଶେଷ ବଜେଟ ଆଣିବ । ଏଥିପାଇଁ ୧ଲକ୍ଷ କୋଟିର ଅଲଗା ବଜେଟ ଆସିବ । ୧୦ ବର୍ଷ ପାଇଁ ଏହି ବଜେଟର ବ୍ୟବସ୍ଥା ହେବ ।

ନୂଆ ଛାତ୍ରବୃତ୍ତି ସରକାର ଲାଗୁ କରିବେ । ଛାତ୍ରୀଙ୍କୁ ବାର୍ଷିକ ୧୪ ହଜାର, ଛାତ୍ରଙ୍କୁ ବାର୍ଷିକ ୧୨ ହଜାର ମିଳିବ । କଲେଜର ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯିବ ବୃତ୍ତି କରାଯିବ ବୋଲି ନବୀନ କହିଛନ୍ତି ।

ନବୀନ ଘୋଷଣା ପତ୍ରରେ ଆହୁରି କହିଛନ୍ତି, ୫ ବର୍ଷରେ ୨ ଲକ୍ଷ ସରାକରୀ ଚାକିରି । ଅର୍ଥନୈତି୍କ ବିକାଶ ପାଇଁ ଇକୋସିଷ୍ଟମ ଶକ୍ତିଶାଳୀ କରାଯିବ । ରାଜ୍ୟକୁ ଦେଶର ବିକଶିତ ରାଜ୍ୟରେ ପରିଣତ କରାଯିବ । ଓଡିଶା ପୂର୍ବ ଭାରତର ଆଇଟି ରାଜଧାନୀ ହେବ । ପର୍ଯ୍ୟଟନ ପାଇଁ ୧୦୦ଟି ସ୍ଥାନ ଉପରେ ଧ୍ୟାନ ଦିଆଯିବ । ପୁରୀକୁ ଅନ୍ତର୍ଜାତୀୟ ସହର ଭାବେ ବିକଶିତ କରାଯିବ । ପୁରୀରେ ଅନ୍ତର୍ଜାତୀୟ ବିମାନ ବନ୍ଦର କରାଯିବ ।