ଅତାବିରାରୁ ବିରୋଧୀଙ୍କ ଉପରେ ବର୍ଷିଲେ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍

ଭୁବନେଶ୍ୱର, ୮/୦୫: ଆଜି ବରଗଡ଼ ଗସ୍ତରେ ଅଛନ୍ତି 5T ଅଧ୍ୟକ୍ଷ ତଥା ବିଜେଡି ନେତା ଭିକେ ପାଣ୍ଡିଆନ୍। ସେଠାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି। ଏହାରିମଧ୍ୟରେ ଅତାବିରାରୁ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ଭିକେ ପାଣ୍ଡିଆନ୍ । ବିରୋଧୀମାନେ ମିଛ କହିବାରେ ମାହିର, ସେମାନେ ମିଛ କହିବାର ସୀମା ବି ଜାଣିପାରୁନାହାଁନ୍ତି । କେଉଁଠି କଣ କହୁଛନ୍ତି, ତାହା ମଧ୍ୟ ଜାଣିପାରୁନାହାଁଁନ୍ତି ବୋଲି କହିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେବା ପାଇଁ ରାଜନୀତିକୁ ଆସିଥିବେଳେ, ବିରୋଧୀମାନେ ଜିତିବାକୁ ଅପପ୍ରଚାର କରୁଥିବା କହିଛନ୍ତି ଭିକେ ପାଣ୍ଡିଆନ୍ ।ଏଥିସହ ୨୦୧୪ରେ ମଧ୍ୟ ବିିରୋଧୀ ନିଜର ଇସ୍ତାହାରରେ ଧାନ ଦାମ ଦୁଇଗୁଣା କରିବାକୁ କହିଥିଲେ । ଏଥର ମଧ୍ୟ ସେହି କଥା କହିଛନ୍ତି । ସେମାନେ କେବଳ କଥା କୁହନ୍ତୁି, ମୁଖ୍ୟମନ୍ତ୍ରୀ କିନ୍ତୁ କାମରେ କରିକି ଦେଖାନ୍ତି ବୋଲି କହିଛନ୍ତି ପାଣ୍ଡିଆନ୍ ।।ଅନ୍ୟପଟେ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରି ସେ କହିଛନ୍ତି, ତାଙ୍କୁ କେବଳ ନିର୍ବାଚନ ସମୟରେ ଦେଖିବାକୁ ମିଳିବ । ସେ ସମୟରେ ସେ ବଡ ବଡ କଥା କହିବେ, ମିଠା କଥା କହିବେ । ହେଲେ ଇଲେକ୍ସନ ସରିଲେ କେଉଁଠି ବି ମିଳିବେନି । ଆଜିକାଲି ତାଙ୍କୁ ଫେଭିକଲ୍ ଲଗାହେଇଛି, ସମ୍ବଲପୁରରେ ବସିଛନ୍ତି ।