ପଞ୍ଚମ ଥର ରୁଷିଆର ରାଷ୍ଟ୍ରପତି ଭାବେ ଶପଥ ନେଲେ ଭ୍ଲାଦିମିର ପୁଟିନ୍‌

ନୂଆଦିଲ୍ଲୀ, ୦୭/୦୫: ପଞ୍ଚମ ଥର ରୁଷିଆର ରାଷ୍ଟ୍ରପତି ଭାବେ ଭ୍ଲାଦିମିର ପୁଟିନ୍‌ ଶପଥ ଗ୍ରହଣ କରିଛନ୍ତି। ସାମ୍ବିଧାନିକ ଅଦାଲତର ଅଧ୍ୟକ୍ଷ ଭାଲେରି ଜୋର୍କିନ୍‌ ଘୋଷଣା କରିଛନ୍ତି ଯେ ପୁଟିନ୍‌ ଆନୁଷ୍ଠାନିକ ଭାବେ ଆଉ ୬ ବର୍ଷ ପାଇଁ ଋଷ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।ପୁଟିନ୍‌ ଶପଥ ନେବା ପରେ ଜୋର୍କିନ୍‌ ତାଙ୍କୁ ରାଷ୍ଟ୍ରପତିଙ୍କ ଚିହ୍ନ, ଅର୍ଥାତ୍‌ ସେଣ୍ଟ ଜର୍ଜଙ୍କ ସୁବର୍ଣ୍ଣ କ୍ରସ ସମେତ ରାଷ୍ଟ୍ରପତି ଶକ୍ତିର ପ୍ରତୀକ ପ୍ରଦାନ କରିଥିଲେ।ଶପଥ ଗ୍ରହଣ ସମାରୋହ ପରେ ରାଷ୍ଟ୍ରମୁଖ୍ୟ ଭାବେ ପୁଟିନ୍‌ ଜନସାଧାରଣଙ୍କୁ ଭାଷଣ ଦେଇଥିଲେ।