ଓଡିଶାରେ ପ୍ରଚାର କରିବେ ଡ୍ରିମଗାର୍ଲ ହେମାମାଳିନୀ

ନୂଆଦିଲ୍ଲୀ,୭/୦୫: ନିର୍ବାଚନ ପାଇଁ ସରଗରମ ରାଜନୈତିକ ମାହୋଲ । ଏହାରିମଧ୍ୟରେ ଓଡିଶା ଆସିବେ ବିଜେପି ନେତ୍ରୀ ତଥା ଡ୍ରିମଗାର୍ଲ ହେମାମାଳିନୀ । ରାଜ୍ୟରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ଭୋଟରଙ୍କୁ ଭୋଟ ଅପିଲ କରିବେ। ସୂଚନା ମୁତାବକ, ବଦଳିଛି ବିଜେପିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା । ଏଥିରେ ସାମିିଲ ହୋଇଛନ୍ତି ହେମାମାଳିନୀ । ତାଲିକାରେ ସ୍ଥାନ ପାଇଛନ୍ତି ଅର୍ଜୁନ ମୁଣ୍ଡା, ବିଷ୍ଣୁଦେବ ସାଏ , କେଦାରନାଥ କଶ୍ୟପ । ତେବେ ଏଥର ନିର୍ବାଚନ ପାଇଁ କେନ୍ଦ୍ର ନେତୃତ୍ୱର ଫୋକସରେ ରହିଛି ଓଡିଶା । ଏଥର ରାଜ୍ୟରେ ବିଜେପି ସରକାରଙ୍କ ଆବଶ୍ୟକତାକୁ ସୁନିଶ୍ଚିତ କରିବାକୁ ଯଥାସାଧ୍ୟ ଚେଷ୍ଟା କରୁଛନ୍ତି ବିଜେପିର କେନ୍ଦ୍ର ନେତା ଓ ମନ୍ତ୍ରୀ ।