ଆସନ୍ତାକାଲି ହେବ ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ପାଇଁ ମତଦାନ

ନୂଆଦିଲ୍ଲୀ,୬/୦୫: ଆସନ୍ତାକାଲି ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ପାଇଁ ମତଦାନ ଗ୍ରହଣ ହେବ। ୧୨ଟି ରାଜ୍ୟର ୯୪ଟି ଲୋକସଭା ଆସନ ପାଇଁ ମତଦାନ ହେବ। ଏହା ପୂର୍ବରୁ ପ୍ରଥମ ପର୍ୟ୍ୟାୟରେ ୧୦୨ ଟି ଆସନ ଏବଂ ଦ୍ୱିତୀୟ ପର୍ୟ୍ୟାୟରେ ୮୮ ଟି ଆସନ ପାଇଁ ମତଦାନ ହୋଇଥିଲା । ତୃତୀୟ ପର୍ୟ୍ୟାୟ ପରେ ଦେଶର ୨୮୪ ଟି ଆସନ ମଧ୍ୟରୁ ଅଧାରୁ ଅଧିକ ଆସନରେ ମତଦାନ ଶେଷ ହୋଇଯିବ । ଏହି ୯୪ ଆସନ ମଧ୍ୟରୁ ଗୁଜରାଟର ୨୫ଟି, କର୍ଣ୍ଣାଟକର ୧୪ଟି ଓ ମହାରାଷ୍ଟ୍ରର ୧୧ଟି ଆସନରେ ମତଦାନ ହେବ। ଏକାଧିକ ପ୍ରମୁଖ ରାଜନେତା ନିଜ ନିର୍ବାଚନୀ ଭାଗ୍ୟ ପରୀକ୍ଷା କରିବେ । ଗୃହମନ୍ତ୍ରୀ ଅମିତ ଶାହା, ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଶରଦ ପାୱାରଙ୍କ ଝିଅ ଏନସିପି ନେତ୍ରୀ ସୁପ୍ରିୟା ସୁଲେ, ସପା ମୁଖ୍ୟ ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବ ତୃତୀୟ ପର୍ଯ୍ୟାରେ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇବାକୁ ଯାଉଛନ୍ତି ।