ଓଡିଶା ପାଇଁ ବିଜେପିର ସଙ୍କଳ୍ପ ପତ୍ର ଲୋକାର୍ପିତ

ଭୁବନେଶ୍ୱର, ୫/୦୫: ଓଡିଶା ପାଇଁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସାଧାରଣ ନିର୍ବାଚନ ପାଇଁ ସଙ୍କଳ୍ପ ପତ୍ର ଲୋକାର୍ପଣ କରିଛନ୍ତି । ଏହି ସଙ୍କଳ୍ପ ପତ୍ରର ଶୀର୍ଷକ ରହିଛି ‘ଓଡିଶା ପାଇଁ ମୋଦୀଙ୍କ ଗ୍ୟାରେଣ୍ଟି’ । ବିଜେପିର ସଙ୍କଳ୍ପ ପତ୍ର ଲୋକାର୍ପଣ କରି ଜେପି ନଡ୍ଡା କହିଛନ୍ତି, ଗତ ୧୦ ବର୍ଷ ଭିତରେ ରାଜନୀତିର ସଂସ୍କୃତି ଏବଂ କାର୍ଯ୍ୟକ୍ରମ ବଦଳିଛି । ଆଜିର ଦିନରେ ଇସ୍ତାହାର ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ । କିନ୍ତୁ କଂଗ୍ରେସ ସମୟରେ ଏହାକୁ ଲୋକମାନେ ବିଶ୍ୱାସ କରୁନଥିଲେ । ସେ ସମୟରେ ନିର୍ବାଚନୀ ଇସ୍ତାହାର କେବଳ ଏକ ଔପଚାରିକତା ହେଇ ରହିଯାଇଥିଲା ।

ଏଥିସହିତ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, ଏହି ସଂକଳ୍ପପତ୍ର ଓଡ଼ିଶାର ସବୁବର୍ଗଙ୍କୁ ଦୃଷ୍ଟିରେ ରଖି କରାଯାଇଛି । ୨୪ ବର୍ଷର ସରକାରକୁ ବଦଳାଇବାକୁ ଚାହୁଁଛନ୍ତି ଓଡ଼ିଶାବାସୀ । ସାଧାରଣ ଲୋକ ନିର୍ବାଚନ ଲଢୁଛନ୍ତି, ଆମେ ସାଥୀରେ ଅଛୁ । ଏହା ସରକାର ପରିବର୍ତ୍ତନର ଇସ୍ତାହାର ।