ବିଜେପିରେ ସାମିଲ ହେଲେ ଅରବିନ୍ଦର ସିଂହ ଲଭଲି

ଭୁବନେଶ୍ୱର,୪/୦୫: ବିଜେପିରେ ଯୋଗ ଦେଇଛନ୍ତି ଅରବିନ୍ଦର ସିଂହ ଲଭଲି । ତାଙ୍କ ସହିତ କଂଗ୍ରେସ ନେତା ରାଜକୁମାର ଚୌହାନ, ଅମିତ ମଲିକ, ନସୀବ ସିଂହ ଏବଂ ନୀରଜ ବସୋୟା ମଧ୍ୟ ପଦ୍ମ ଧରିଛନ୍ତି । ଅରବିନ୍ଦର ସିଂହ ଲଭଲି କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ, ଦିଲ୍ଲୀ ବିଜେପି ଅଧ୍ୟକ୍ଷ ବୀରେନ୍ଦ୍ର ସଚଦେବା ଏବଂ ପାର୍ଟିର ରାଷ୍ଟ୍ରୀୟ ମହାସଚିବ ବିନୋଦ ତାୱଡେଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହେଇଛନ୍ତି ।ଅନ୍ୟପଟେ ବିଜେପିରେ ସାମିଲ ହେବା ପରେ ଅରବିନ୍ଦର ସିଂହ ଲଭଲି କହିଛନ୍ତି, ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ମୁଁ ଘରେ ରହିବାକୁ ନିଷ୍ପତ୍ତି ନେଇଥିଲି । ହେଲେ ଆମ ସମର୍ଥକ ମୋତେ ତାହା କରିବାକୁ ମନା କରିଥିଲେ । ତା ସହିତ ଦିଲ୍ଲୀ ପାଇ ଲଢିବାକୁ ସମର୍ଥକ କହିଥିବା ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ଅରବିନ୍ଦର ସିଂହ ଲଭଲି । ଏହାପରେ ସେ କେଉଁ ଦଳରେ ସାମିଲ ହେବେ ସେନେଇ ଚର୍ଚ୍ଚା ହେଉଥିଲା । ଆଉ ଶେଷରେ ବିଜେପିରେ ସାମିଲ ହେଇଛନ୍ତି ଅରବିନ୍ଦର ।