ଷ୍ଟାର ପ୍ରଚାରକ ତାଲିକା ଜାରି କଲା କଂଗ୍ରେସ, ଜାଣନ୍ତୁ କେଉଁମାନେ ଅଛନ୍ତି ସାମିଲ

ଭୁବନେଶ୍ୱର,୪/୦୫: ଓଡିଶା ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି କଂଗ୍ରେସ । ଏହି ତାଲିକାରେ ରହିଛନ୍ତି ମଲ୍ଲିକାର୍ଜୁନ ଖଡଗେ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ଅଜୟ କୁମାର । ଓଡିଶାରୁ ଶରତ ପଟ୍ଟନାୟକ, ନରସିଂହ ମିଶ୍ର, ନିରଞ୍ଜନ ମିଶ୍ର, ପ୍ରସାଦ ହରିଚନ୍ଦନ, ଜୟଦେବ ଜେନା ଓ ଭକ୍ତ ଚରଣ ଦାସଙ୍କ ନାଁ ରହିଛି । ରାଜ୍ୟରେ ନିର୍ବାଚନ ଆଉ କିଛି ଦିନ ବାକି ଥିବା ବେଳେ ରାଜ୍ୟରେ ଜାତୀୟ ସ୍ତରର ନେତାଙ୍କ ଭିଡ ଜମୁଛି । ବିଜେପି ଓ ବିଜେଡି ସେମାନଙ୍କ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଥିବା ବେଳେ ଆଜି କଂଗ୍ରେସ ତାର ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି । ତେବେ ଆଗାମୀ ଦିନରେ କଂଗ୍ରେସର ବଡ ବଡ ନେତା ଓଡିଶା ଆସିବା ନେଇ ଚର୍ଚ୍ଚା ହେଉଛି ।