ନିର୍ବାଚନ ୨୦୨୪, କୋରାପୁଟରେ ମୁଖ୍ୟମନ୍ତ୍ରୀଙ୍କ ମାରାଥନ୍ ପ୍ରଚାର

ଭୁବନେଶ୍ୱର,୪/୦୫: ଆଉ କେଇଟା ଦିନ ଗଲେ ନିର୍ବାଚନ ଭୋଟ ଗ୍ରହଣ ହେବ । କୋରାପୁଟରେ ଆଜି ମାରାଥନ୍ ପ୍ରଚାର କ୍ରମରେ ଜୟପୁରରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ରାଜ୍ୟରେ ଲାଗୁ ହୋଇଥିବା ସମସ୍ତ ସରକାରୀ ଯୋଜନା ସଫଳତା କଥା କହିବା ସହ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ବିଏସକେୱାଇ ଯୋଜନା, ମମତା ଯୋଜନା, ଲକ୍ଷ୍ମୀ ବସ୍ ଯୋଜନା, ମିଶନ୍ ଶକ୍ତି, ପିଲାଙ୍କ ଶିକ୍ଷା ପାଇଁ ଛାତ୍ର ବୃତ୍ତି ବ୍ୟବସ୍ଥା , ଚାଷୀଙ୍କ ପାଇଁ କାଳିଆ ଯୋଜନା ସଫଳ ହେବା ପରେ ବି ବିରୋଧୀ ଏହାକୁ ଗ୍ରହଣ କରୁନାହାଁନ୍ତି । ବିରୋଧୀ ନେତା ମିଛ କହୁଛନ୍ତି । ବିରୋଧୀ ନେତାମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।