ଆସନ୍ତା ୧୪ରେ ବାରଣାସୀ ଆସନରୁ ନାମାଙ୍କନ ଭରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୩/୦୫: ମେ ୧୪ରେ ନାମାଙ୍କନ ଭରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାପୂର୍ବରୁ ସେ ୧୩ରେ ବିଶାଳ ରୋଡ ଶୋ କରିବେ । ୪ କିଲୋମିଟର ରୋଡ ଶୋ ପାଇଁ ବ୍ୟାପକ ପ୍ରସ୍ତୁତି କରାଯିବ । ସୂଚନା ଅନୁସାରେ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ତୃତୀୟଥର ପାଇଁ ବାରଣାସୀ ଆସନରୁ ନିର୍ବାଚନ ଲଢ଼ିବେ ମୋଦୀ । ତେବେ ଦୁଇଦିନ ପାଇଁ ସଜେଇ ହେଉଛି ବାରଣାସୀ । ସୂଚନା ଅନୁସାରେ କାଶୀ ବିଶ୍ୱନାଥଙ୍କ ପୂଜାପାଠ ପରେ ରୋଡ ଶୋ କରିବେ ଓ ଏହା ପରେ ନାମାଙ୍କନ ଦାଖଲ କରିବେ ।