ଓଲଟିଲା ଅଟୋ, ୨ ମୃତ

ଭୁବନେଶ୍ୱର, ୧୭/୨: ବରଗଡରେେ  ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ସେଠାରେ ଏକ ଅଟୋ ଓଲଟି ପଡିଥିବା ସୂଚନା ରହିଛି। ଯାହା ଫଳରେ ସେଥିରେ ଯାତ୍ରା କରୁଥିବା ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଅଧିକ ଗୁରୁତର ଭାବେ ଆହତ ହୋଇଛନ୍ତି। ଗୁରୁତରଙ୍କୁ ବରଗଡ ଓ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ବରଯାତ୍ରୀ ନେଇ ଫେରୁଥିବା ବେଳେ ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।ସୂଚନା ଯୋଗ୍ୟ ଯେ ବିଜେପୁର ସର୍ନାପାଲି ବ୍ରିଜ ତଳକୁ ଖସିପଡିଥିଲା ଅଟୋ ।