ଘୋଷଣା ହୋଇଛି ବିଜେଡିର ଶେଷ ପ୍ରାର୍ଥୀ ତାଲିକା, ଜାଣନ୍ତୁ କେଉଁଠୁ ଲଢ଼ିବେ କିଏ ?

ଭୁବନେଶ୍ୱର,୨/୦୫: ଘୋଷଣା ହୋଇଛି ବିଜେଡିର ଶେଷ ପ୍ରାର୍ଥୀ ତାଲିକା । ଏହି ୩ଟି ଆସନ ପାଇଁ ଛକାପଞ୍ଛା ଚାଲିଥିବା ଥିବାବେଳେ ୩ଟି ଗୁରୁତ୍ୱପୂର୍ଣ୍ଣ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଏବଂ ଏହାସହ ଦେବଗଡର ପ୍ରାର୍ଥୀ ବଦଳିଛନ୍ତି । ପୂର୍ବରୁ ଦେବଗଡ ପାଇଁ ଅରୁନ୍ଧତୀଙ୍କ ନାଁ ଘୋଷଣା କରାଯାଇଥିବାବେଳେ ଏବେ ଏହାକୁ ବଦଳାଇ ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କ ନାଁ ଘୋଷଣା କରିଛି । ଅରୁନ୍ଧତୀଙ୍କ ବଦଳରେ ରୋମାଞ୍ଚଙ୍କ ଉପରେ ଭରସା କରିଛି ଦଳ । ତେବେ ଘୋଷଣା ହୋଇଥିବା ପ୍ରାର୍ଥୀ ତାଲିକା ମଧ୍ୟରେ କୋରେଇରୁ ସଂଧ୍ୟାରାଣୀ ଦାଶ, ଖଣ୍ଡପଡ଼ାରୁ ସାବିତ୍ରୀ ପ୍ରଧାନ, ନୀଳଗିରିରୁ ସୁକାନ୍ତ କୁମାର ନାୟକଙ୍କ ନାଁ ଘୋଷଣା କରାଯାଇଛି ।