ବିଜେଡି ଛାଡିଲେ ରାଜ୍ୟ ସମ୍ପାଦକ ମଙ୍ଗଳ ସାହୁ

ଭୁବନେଶ୍ୱର,୨/୦୫: ଆହୁରି ଥମୁନି ଦଳଡିଆଁ ପର୍ବ। ଏହାରିମଧ୍ୟରେ ଆଜି ବିଜେଡି ରାଜ୍ୟ ସମ୍ପାଦକ ମଙ୍ଗଳ ସାହୁ ଦଳ ଛାଡ଼ିଛନ୍ତି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ସେ ନିଜ ଇସ୍ତଫା ପତ୍ର ପଠାଇଛନ୍ତି। ପୂର୍ବରୁ ମଙ୍ଗଳ ସାହୁ ଝାରସୁଗୁଡ଼ାର ଜିଲ୍ଲା ବିଜେପି ସଭାପତି ଥିବାବେଳେ, ବିଜେପିରୁ ଇସ୍ତଫା ଦେଇ ବିଜେଡିରେ ମିଶିଥିଲେ । ଗୁରୁବାର ସେ ଘର ବାହୁଡ଼ିବା ସହ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।