ବିଜେଡି ଛାଡ଼ିଲେ କରଞ୍ଜିଆର ପୂର୍ବତନ ବିଧାୟକ ବିଜୟ କୁମାର ନାଏକ

ଭୁବନେଶ୍ୱର,୩୦/୦୪: ଆଜି ବିଜେଡି ଛାଡ଼ିଲେ କରଞ୍ଜିଆର ପୂର୍ବତନ ବିଧାୟକ ବିଜୟ କୁମାର ନାଏକ । ବିଜେଡି ଛାଡ଼ିବା ପରେ ଏବେ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି ବିଜୟ । କରଞ୍ଜିଆରୁ ଟିକେଟ ଆଶାୟୀ ଥିବା ବିଜୟ ନାଏକଙ୍କୁ ଟିକେଟ ନମିଳିବାପରେ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି।କରଞ୍ଜିଆରୁ ଏଥର ବାସନ୍ତି ହେମ୍ବ୍ରମକୁ ବିଜେଡି ଟିକେଟ ମିଳିଛି । ତେବେ ଦଳ ପକ୍ଷରୁ ଯେତେବେଳେ ଯେଉଁ ଦାୟିତ୍ୱ ଦିଆଯାଇଛି ସେ ତାକୁ ସୁଚାରୁ ରୂପେ ତୁଲାଇଛନ୍ତି କିନ୍ତୁ ଟିକେଟ ନଦେଇ ଦଳ ତାଙ୍କୁ ଅଣଦେଖା କରିଥିବାରୁ ସେ ବାଧ୍ୟ ହୋଇ ଦଳ ଛାଡ଼ିଥିବା କହିଛନ୍ତି ।