ବସନ୍ତ ପଞ୍ଚମୀରେ ଅନୁକୂଳ ହେଲା ରଥ କାଠ

ପୁରୀ, ୧୬/୨(ଦି ପ୍ରଗତି ନ୍ୟୁଜ): ପ୍ରତି ବର୍ଷ ପରି ଚଳିତବର୍ଷ ମଧ୍ୟ ପୁରୀରେ ମହାପ୍ରଭୁଙ୍କ ରଥ ଯାତ୍ରା ହେବ ।ସେନେଇ ଆଜି ପବିତ୍ର ବସନ୍ତ ପଞ୍ଚମୀ ତଥା ସରସ୍ୱତୀ ପୂଜାରେ ରଥ କାଠ ଅନୁକୂଳ କରାଯାଇଛି ।ଏହାସହ ପ୍ରଭୁ ଜଗନ୍ନାଥଙ୍କ ରଥ ନିର୍ମାଣ ପାଇଁ ଉଦଘାଟନି ସମାରୋହ ହୋଇଥିଲା । ଏହି ଉଦଘାଟନୀ ସମାରୋହ ପୁରୀର SJTA ମୁଖ୍ୟ ପ୍ରଶାସକ ଡଃ କ୍ରିଷନ କୁମାର, ଜିଲ୍ଲପାଳ ସମର୍ଥ ବର୍ମା ଏବଂ ସେବାୟତଙ୍କ ଉପସ୍ଥିତିରେ ଆୟୋଜିତ ହୋଇଥିଲା।

ଉଲ୍ଲେଖଯୋଗ୍ୟ ଯେ ଗତ ୧୩ ତାରିଖ ଦିନ ପୁରୀରେ ଚଳିତବର୍ଷ ରଥଯାତ୍ରାର ପ୍ରଥମ ପର୍ଯ୍ୟାୟ ରଥକାଠ ପହଞ୍ଚିଥିଲା । ୨ଟି ଟ୍ରକରେ ନୟାଗଡ ବନଖଣ୍ଡରୁ ୪୯ ଖଣ୍ଡ କାଠ ଆସି ପୁରୀ ବଡଦାଣ୍ଡ ରଥଖଳାରେ ପହଂଚିଥିବା ସୂଚନା ରହିଛି।