ଛତିଶଗଡ଼ରେ ବଡ଼ ଧରଣର ସଡ଼କ ଦୁର୍ଘଟଣା, ୧୦ ମୃତ

ନୂଆଦିଲ୍ଲୀ,୨୯/୦୪: ଛତିଶଗଡ଼ରେ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି। ବେମତରାରେ କାରକୁ ଧକ୍କା ଦେଲା ପିକ୍ଅପ୍ । ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୩ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି । ସମସ୍ତ ଗୁରୁତରଙ୍କୁ ରାୟପୁର ଏମ୍ସ ସ୍ଥାନାନ୍ତର କରାଯାଇଥିବା ବେଳେ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତି କରାଯାଇଛି । ରାସ୍ତାରେ ଛିଡା ହୋଇଥିବା କାରକୁ ଧକ୍କା ଦେଇଥିଲା ପିକ୍ଅପ୍ । ପାରିବାରିକ କାର୍ଯ୍ୟକ୍ରମ ସାରି ଫେରିବା ବେଳେ ଏହି ସଡ଼କ ଦୁର୍ଘଟଣା ଘଟିଛି ।