ସାଲେପୁର କୁଳିଆରେ ରାହୁଲଙ୍କ ବଡ଼ ଘୋଷଣା, କଂଗ୍ରେସ ସରକାର ଗଢ଼ିଲେ ପରିବାରର ଜଣେ ମହିଳାଙ୍କୁ ମିଳିବ ୧ ଲକ୍ଷ ଟଙ୍କା

କଟକ,୨୮/୦୪: ସାଲେପୁର କୁଳିଆରେ ନ୍ୟାୟ ସମାବେଶରେ ଯୋଗ ଦେଇ ଜନସଭାକୁ ସମ୍ବୋଧିତ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏହାସହ ସେ ବଡ ଘୋଷଣା କରିଛନ୍ତି । ରାହୁଲ କହିଛନ୍ତି ଯଦି କେନ୍ଦ୍ରରେ କଂଗ୍ରେସ ସରକାର ଗଢେ ତେବେ ୫ ଐତିହାସିକ ନିଷ୍ପତ୍ତି ନେବ ଯାହା କେହି କେବେ କଳ୍ପନା ମଧ୍ୟ କରିନଥିବେ । ଏବେ ତେଲେଙ୍ଗାନା ଓ କର୍ଣ୍ଣାଟକରେ ମହିଳାଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ଯାଉଛି । କେନ୍ଦ୍ରରେ ସରକାର ହେଲେ, କଂଗ୍ରେସ ଗରିବ ପରିବାରକୁ ଚିହ୍ନଟ କରିବା ସହ ସେହି ପରିବାରର ଜଣେ ମହିଳାଙ୍କ ଆକାଉଣ୍ଟକୁ ୧ ଲକ୍ଷ ଟଙ୍କା ପଠାଇବ । ଏହାଦ୍ୱାରା ମହିଳାଙ୍କ ଆକାଉଣ୍ଟକୁ ମାସିକ ୮୫୦୦ ଟଙ୍କା ଆସିବ ।ସେହିଭଳି ଯୁବବର୍ଗଙ୍କୁ ଚାକିରି ପାଇଁ ଆଉ ଏଣେତେଣେ ହାତ ପତାଇବାକୁ ପଡିବନି । କାରଣ କଂଗ୍ରେସ ସରକାରକୁ ଆସିଲେ ‘ପେହେଲି ନୌକରି ପକ୍କି’ ଯୋଜନା ଆଣିବ ବୋଲି ଘୋଷଣା କରିଛନ୍ତି ରାହୁଲ । ଯେଉଁଥିରେ ବେରୋଜଗାର ଶିକ୍ଷିତ ଯୁବକଙ୍କୁ ମିଳିବ ଚାକିରି ଗ୍ୟାରେଣ୍ଟି । ସରକାରୀ, ପିଏସୟୁ, ପ୍ରାଇଭେଟ ସଂସ୍ଥାରେ ୧ ବର୍ଷ ପର୍ଯ୍ୟନ୍ତ ଚାକିରି ମିଳିବ ।