ଖଡିଆଳରେ ବିରାଟ ରୋଡ ଶୋ, ସମ୍ବୋଧନ କରି କହିଲେ ନବୀନ ଇଞ୍ଜିନ ସବୁଠାରୁ ମଜବୁତ

ଭୁବନେଶ୍ୱର,୨୭/୦୪: ତୃତୀୟ ଦିନରେ ପ୍ରଚାର ମଇଦାନରେ ବିଜେଡି ନେତା ଭି. କେ.ପାଣ୍ଡିଆନ । ଖଡିଆଳ ରୋଡରୁ ନୂଆପଡା ୧୨ କିଲୋମିଟର ବିରାଟ ରୋଡ ଶୋ କରିଛନ୍ତି । ଜନତାଙ୍କୁ ସମ୍ବୋଧନ କରିଥିଲେ । ପ୍ରଚାର ବେଳେ ବିଜେପିକୁ ଟାର୍ଗେଟ କରିଛନ୍ତି । ଆପଣଙ୍କ ଜୋଶ ବିଶାଳ ଉପସ୍ଥିତି ଦେଖି ବିରୋଧୀଙ୍କ ନିଦ ହଜୁଛି । ନା ଡବଲ, ନା ସିଙ୍ଗଲ, ଓଡିଶାରେ ସବୁବେଳେ ନବୀନ ବାବୁଙ୍କ ଇଞ୍ଜିନ ଚାଲିବ । ନବୀନ ଇଞ୍ଜିନ ସବୁଠାରୁ ମଜବୁତ । ଏଥିସହ ହୋଇଥିବା ପ୍ରୋଜେକ୍ଟ କଥା କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆମେ ଜିଲ୍ଲାଗସ୍ତରେ ଆସିଥିଲୁ, ମୁଖ୍ୟମନ୍ତ୍ରୀ ଆମକୁ ଆପଣଙ୍କ ଦରଖାସ୍ତ ଉପରେ କଣ କାମ ହୋଇଛି ହିସାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ନୂଆପଡା ପାଇଁ ୧୩୧ କୋଟି ଟଙ୍କାର କାମ ହେଉଛି । ନୂଆପଡାରେ ଯୋଗେଶ୍ୱର ମନ୍ଦିର ପାଇଁ ୪ କୋଟି, ସୁନାଦେଇ ମନ୍ଦିର ପାଇଁ ୨.୬୦ କୋଟି କୋନାବିରା ମେଗାଲିଫ୍ଟ ଜଳସେଚନ ପ୍ରକଳ୍ପ ପାଇଁ ୪୨ କୋଟି, ଆଉ ୫ଟି ମେଗା ଲିଫ୍ଟ ପାଇଁ ୧୩୨ କୋଟି ଘାଟିପଡାରୁ ସିନାପାଲ୍ଲୀ ବିଜୁ ଏକ୍ସପ୍ରେସ ୨୦୮ କୋଟି ହୋଇଛି । ଏମିତି ଗୁଡିଏ ପ୍ରୋଜେକ୍ଟ ଅନୁରୋଧ କରିଥିଲେ ତାହା ସବୁ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ କରିଛନ୍ତି । ଏଥିସହ ଜନତା ମାନଙ୍କୁ କିଛି ଯୋଜନା ସମ୍ଫର୍କିତ ପ୍ରଶ୍ନ କରିବା ସହ ଜନତାଙ୍କ ଠାରୁ ଆର୍ଶିବାଦ ଲୋଡିଛନ୍ତି ।