ମଣିପୁରରେ ଥମୁନି ହିଂସାକାଣ୍ଡ, ୨ଯବାନ ସହିଦ

ନୂଆଦିଲ୍ଲୀ,୨୭/୦୪: ମଣିପୁରରେ ଥମୁନି ହିଂସାକାଣ୍ଡ । କୁକି ଉଗ୍ରବାଦୀଙ୍କ ଆକ୍ର୍ରମଣରେ ଦୁଇ ଜଣ ସିଆରପିଏଫ ଯବାନ ସହିଦ ହୋଇଛନ୍ତି । ସହିଦ ହୋଇଥିବା ଦୁଇ ଜଣ ଯବାନ ବିଷ୍ଣୁପୁର ଜିଲ୍ଲାରେ ମୁତୟନ ହୋଇଥିବା ସିଆରପିଏଫ୍ ୧୨୮ ବାଟାଲିଅନର ହୋଇଥିବା ଜଣାପଡ଼ିଛି । ରାତିରେ ଆମ୍ବୁସ କରି ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ ଉଗ୍ରବାଦୀ ।  ଏହା ପୂର୍ବରୁ ୩ ଜିଲ୍ଲାରେ ଗୁଳିକାଣ୍ଡ ହୋଇଥିଲା । ଉଗ୍ରବାଦୀମାନେ ପରସ୍ପରକୁ ଗୁଳି କରିବା ଦ୍ୱାରା ୨ ଉଗ୍ରବାଦୀଙ୍କ ମୃତ୍ୟୁ ମଧ୍ୟ ହୋଇଛି । ଏହି ଘଟଣା ପରେ ଏବେ ପୁଣି ଥରେ ପୂର୍ବ ମଣିପୁରରେ ହିଂସାକାଣ୍ଡ ବ୍ୟାପିବାରେ ଲାଗିଛି ।