୨୮ରେ ଓଡିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

ନୂଆଦିଲ୍ଲୀ,୨୬/୦୪: ଆସନ୍ତା ୨୮ରେ ଓଡିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ବ୍ରହ୍ମପୁରରେ ଏକ ବିଶାଳ ଜନସଭାକୁ ସମ୍ବୋଧନ କରି ଜନତାଙ୍କୁ ଭୋଟ ଅପିଲ କରିବେ । ଏହାସହ ନବରଙ୍ଗପୁରରେ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବେ ।   ଉଭୟ ପଶ୍ଚିମ ଓଡିଶା ଓ ଦକ୍ଷିଣ ଓଡିଶା କର୍ମକର୍ତ୍ତାଙ୍କ ସହ ଆଲୋଚନା କରି କିଭଳି ୨୦୨୪ ନିର୍ବାଚନରେ ଦଳ ବହୁମତ ହାସଲ କରିବ ସେନେଇ ଟିପ୍ସ ଦେବାର ସୂଚନା ରହିଛି । ଏନେଇ ସୂଚନା ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ସମୀର ମହାନ୍ତି । ସୂଚନାଯୋଗ୍ୟ ଯେ ଗତକାଲି ଅମିତ ଶାହ ଓଡିଶା ଆସିଥିଲେ।