ବାଲାଟ ପେପରରେ ଭୋଟିଂ ଦାବିକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬/୦୪: ଭିଭିପ୍ୟାଟ ଭେରିଫିକେସନ ନେଇ ହୋଇଥିବା ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଏହାସହ ବାଲାଟ ପେପରରେ ଭୋଟିଂ କରିବାକୁ ନେଇ କରାଯାଇଥିବା ସମସ୍ତ ଆବେଦନକୁ ମଧ୍ୟ ଖାରଜ କରିଛନ୍ତି । ଇଭିଏମରେ ସବୁସ୍ଥାନରେ ଭୋଟିଂ କରିବାକୁ କ୍ଲିନଚିଟ ଦେଇଛନ୍ତି ସୁପ୍ରମିକୋର୍ଟ । ଇଭିଏମ୍ ଜରିଆରେ ଦିଆଯାଇଥିବା ଭୋଟ୍ ସହ ଭୋଟର ଭେରିଫାଏବଲ୍ ପେପର ଅଡିଟ୍ ଟ୍ରୋଲ୍ (ଭିଭିପ୍ୟାଟ) ସ୍ଲିପ୍ ନେଇ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଆଜି ରାୟ ଶୁଣାଇଛନ୍ତି। ଅନେକ ଦିନ ଧରି ଭିଭିପିଏଟି ମାମଲାର ଶୁଣାଣି କରିବା ପରେ ନିର୍ବାଚନ ଆୟୋଗଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ଭିଭିପିଏଟି ସ୍ଲିପ୍ ସହ ଇଭିଏମ୍ ଜରିଆରେ ଦିଆଯାଇଥିବା ଭୋଟକୁ ଶତପ୍ରତିଶତ ଟାଲି କରିବା ପାଇଁ ହୋଇଥିବା ସମସ୍ତ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି।