ସାଧାରଣ ନିର୍ବାଚନ ପାଇଁ ଆଜି  ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଜାରି

ନୂଆଦିଲ୍ଲୀ,୨୬/୦୪: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଆଜି  ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଚାଲିଛି। ଦ୍ୱିତୀୟ ପର୍ଯ୍ୟାୟରେ ୧୨ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଂଚଳର ୮୮ଟି ଆସନ ପାଇଁ ମତଦାନ ହେବ । ପାଖାପାଖି ୧୬ କୋଟି ଭୋଟର ୧୨୦୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ଦ୍ୱିତୀୟ ପର୍ଯ୍ୟାୟରେ ୩୪ଲକ୍ଷ ୮୦ହଜାର ଭୋଟର ପ୍ରଥମଥର ମତଦାନ କରିବେ । ଦ୍ୱିତୀୟ ପର୍ଯ୍ୟାୟରେ କେରଳରେ ସମସ୍ତ ୨୦ଟି ଆସନରେ ମତଦାନ ହେବ । ସେହିଭଳି କର୍ଣ୍ଣାଟକର ୧୪, ରାଜସ୍ଥାନର ୧୩, ଉତରପ୍ରଦେଶ ଓ ମହାରାଷ୍ଟ୍ରର ୮ଟି ଲେଖାଏଁ ଆସନରେ ମତଦାନ ଗ୍ରହଣ କରାଯିବ । ମଧ୍ୟପ୍ରଦେଶର ୭, ବିହାର ଓ ଆସାମର ୫ଟି ଲେଖାଏଁ ଆସନ ଏବଂ ପଶ୍ଚିମବଙ୍ଗ ଓ ଛତିଶଗଡ଼ର ୩ଟି ଲେଖାଏଁ ଆସନ ପାଇଁ ମତଦାନ ଚାଲିଛି। ଏହାବ୍ୟତୀତ ମଣିପୁର, ଜମ୍ମ-କଶ୍ମୀର, ତ୍ରିପୁରା ଓ ଦାଦର ନଗର ହାବେଳିର ଗୋଟିଏ ଲେଖାଏଁ ଆସନରେ ମତଦାନ ଜାରି ରହିଛି ।