ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ଭୁବନେଶ୍ୱର,୨୫/୦୪: ଆଗକୁ ଆସୁଛି ମହାପ୍ରଭୁଙ୍କ ରଥଯାତ୍ରା। ଏହାରି ମଧ୍ୟରେ ପୁରୀରେ ପହଞ୍ଚିଛି ତୃତୀୟ ପର୍ଯ୍ୟାୟ ରଥକାଠ । ନୟାଗଡ଼ ବନବିଭାଗ ମହିପୁର ଅଂଚଳରୁ ୨୫ଟି ରଥକାଠ ପୁରୀରେ ପହଞ୍ଚିଛି । ୨୫ଟି କାଠ ମଧ୍ୟରେ ୨୩ଟି ୪୦ ଫୁଟିଆ ଅସନ ଓ ୨ଟି ୪୦ ଫୁଟିଆ ଧଉରା କାଠ ରହିଛି । ଅସନ କାଠ ଗୁଡ଼ିକ ରଥର ଗୟଳ ଓ ଦଣ୍ଡା ପାଇଁ ଓ ଧଉରା କାଠ ରଥର ଅଖ କାର୍ଯ୍ୟରେ ଲାଗିବ । ଗତବର୍ଷ ଠାରୁ ୫୩ ଖଣ୍ଡ କାଠ ବଳକା ହୋଇଥିବା ବେଳେ ଚଳିତ ବର୍ଷ ଆଉ ୮ଶହ ୧୨ ଖଣ୍ଡ କାଠର ଆବଶ୍ୟକତା ରହିଛି । ୧୨୭ଟି କାଠ ରଥଖଳାରେ ଏବଂ ୩୩ଟି କାଠ କରତ କଳରେ ପହଞ୍ଚି ସାରିଛି ।