ପ୍ରବଚନ ମଇଦାନକୁ ଓହ୍ଲାଇବେ ବାବା ସାରଥୀ

ଭୁବନେଶ୍ୱର, ୧୬/୨: ପ୍ରବଚନ ମଇଦାନକୁ ଓଲ୍ହାଇବେ ବାବା ସାରଥୀ। ଏଣିକି ବିନା ଦ୍ଵନ୍ଦରେ ପ୍ରବଚନ ଦେଇପାରିବେ ସାରଥି ବାବା ଓରଫ ସନ୍ତୋଷ ରାଉଳ । କିନ୍ତୁ ସମସ୍ତ କରୋନା କଟକଣା ମାନି ପ୍ରବଚନ ଦେବାକୁ ହାଇକୋର୍ଟ ନିର୍ଦେଶ ଦେଇ ଅନୁମତି ପ୍ରଦାନ କରିଛନ୍ତି।

ସୂଚନା ଯୋଗ୍ୟ ଯେ ଗତ କିଛି ଦିନ ତଳେ ସେ ଜେଲରୁ ସର୍ତ୍ତ ମୂଳକ ଜାମିନି ପାଇବା ପରେ ବାହାରକୁ ଆସିଥିଲେ। ତେଣୁ ଜାମିନ ସର୍ତ୍ତାବଳୀ ଅନୁସାରେ ପ୍ରବଚନ ନଦେବା ଲାଗି ଥିଲା କଟକଣା ଲାଗୁ କରାଯାଇଥିଲା। ତେଣୁ ଗୁଜୁରାଣ ମେଣ୍ଟାଇବାକୁ ତାଙ୍କୁ ବହୁ ଅସୁବିଧାର ସାମ୍ନା କରିବାକୁ ପଡୁଥିଲା । ଏହି ସମସ୍ୟା ହେଉଥିବାରୁ ଜାମିନ ସର୍ତ୍ତ କୋହଳ କରିବାକୁ ଆବେଦନ କରିଥିଲେ ସାରଥିଙ୍କ ଓକିଲ ମାନସ ଚାନ୍ଦ ।