ଆଗୁଆ ଖରାଛୁଟି ଯୋଗୁଁ ପିଲାଙ୍କୁ ମିଳିବ ମଧ୍ୟାହ୍ନ ଭୋଜନର ଚାଉଳ ଓ ଅର୍ଥ

ଭୁବନେଶ୍ୱର, ୨୪/୦୪: ରାଜ୍ୟରେ ଆଗୁଆ ସ୍କୁଲ ଖରାଛୁଟି।  ଗ୍ରୀଷ୍ମ ପ୍ରବାହ ଯୋଗୁଁ ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ତେଣୁ ଏଥିପାଇଁ ପିଏମ୍ ପୋଷଣ ଯୋଜନା ଅଧିନରେ ମଧ୍ୟାହ୍ନ ଭୋଜନ ବାବଦ ଚାଉଳ ଓ ରନ୍ଧନ ଖାଦ୍ୟ ସାମଗ୍ରୀ ବାବଦ ଅର୍ଥ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯିବ । ଗ୍ରୀଷ୍ମ ପ୍ରବାହ ପାଇଁ ଏପ୍ରିଲ ୧୮ରୁ ୨୦, ୩ଦିନ ଓ ଏପ୍ରିଲ ୨୫ରୁ ମେ’ ୫ ଯାଏଁ ୯ଦିନ ଛୁଟି ଘୋଷଣା ହୋଇଛି । ଛାତ୍ରଛାତ୍ରୀଙ୍କ ୯ଦିନ ଛୁଟି ରହିଥିବାରୁ ମଧ୍ୟାହ୍ନ ଭୋଜନ ବାବଦ ଖାଦ୍ୟ ସୁରକ୍ଷା ଭତ୍ତା ପିଲାଙ୍କୁ ଦିଆଯିବ ।ସ୍କୁଲ ପରିଚାଳନା କମିଟିର ଉପସ୍ଥିତିରେ ପିଲାଙ୍କ ଅଭିଭାବକଙ୍କୁ ୧୨ଦିନର ଚାଉଳ ଦିଆଯିବ ଏବଂ ୧୨ଦିନର ରାସନ ସାମଗ୍ରୀ ବାବଦ ଅର୍ଥ ଡିବିଟି ମାଧ୍ୟମରେ ସିଧାସଳଖ ଛାତ୍ରଛାତ୍ରୀ, ଅଭିଭାବକଙ୍କ ଆକାଉଣ୍ଟକୁ ଯିବ ଅର୍ଥ । ଯେଉଁଠାରେ ଆକାଉଣ୍ଟ ଟ୍ରାନ୍ସଫର ସମ୍ଭବ ହେବ ନାହିଁ ସେଠାରେ ରେଜିଷ୍ଟର ପରିଚାଳନା କରାଯାଇ ଟଙ୍କା ଦିଆଯିବ । ଆସନ୍ତା ୧୫ ଦିନ ମଧ୍ୟରେ ଏହି ପ୍ରକ୍ରିୟା ଶେଷ ହେବ ।