ହିଞ୍ଜିଳିରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ, ସାଢେ ୪ କୋଟି ଭାଇ ଭଉଣୀ ମୋ ପରିବାର ବୋଲି କହିଲେ ନବୀନ

ଭୁବନେଶ୍ୱର,୨୪/୦୪: ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନିଜ ନିର୍ବାଚନ ମଣ୍ଡଳୀ ହିଂଜିଳିରୁ ଆରମ୍ଭ କରିଛନ୍ତି ପ୍ରଚାର । ଏନେଇ ବ୍ୟାପକ ପ୍ରସ୍ତୁତି କରାଯାଇଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥାର ବି ଆୟୋଜନ କରାଯାଇଥିଲା । ହିଂଜିଳିରେ ଆଜି ଦୁଇଟି ସଭା ଜରିଆରେ ଜନତାଙ୍କୁ ସମ୍ବୋଧନ କରିଲେ ନବୀନ । ଦିନ ୧୦ଟା ୩୦ରେ ହିଂଜିଳିକାଟୁ ଏବଂ ଦିନ ୧୧ଟା ୩୦ରେ ସେରଗଡ଼ରେ ଜନତାଙ୍କୁ ସମ୍ବୋଧନ କରି କହିଛନ୍ତି । ଜୟଜଗନ୍ନାଥ ଜୟ ମା ତାରିଣୀ ହିଂଜିଳି ମୋ ପରିଚୟ ବୋଲି କହି ଉଦବୋଧନ ଆରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ । ଭାଇ ଭଉଣୀ ମାନେ ଆଜି ହିଂଜିଳି ନିର୍ବାଚନ ପ୍ରଚାର ଆରମ୍ଭ କରି ମୁଁ ବହୁତ ଖୁସି । ହିଂଜିଳିରୁ ହିଁ ଆରମ୍ଭ ହେଲା ବିଜେଡିର ପ୍ରଚାର ଆପଣମାନେ ସବୁବେଳେ ମୋ ସହ ଅଛନ୍ତି । ହିଞ୍ଜିଳି ଆଜି ସାରଦେଶରେ ମଡେଲ ସାଜିଛି ଆପଣମାନଙ୍କ ସ୍ନେହ ଶ୍ରଦ୍ଧା ପାଇଁ ମୁଁ ରୁଣୀ । ସାଢେ ୪ କୋଟି ଭାଇ ଭଉଣୀ ମୋ ପରିବାର ମୋ ପରିବାର କଲ୍ୟାଣ ପାଇଁ ମୁଁ କାମ କରି ଆସିଛି । ଆପଣ ମାନଙ୍କ ସହଯୋଗ ପାଇଁ ଆଗୋଇ ଚାଲିଛିା ୫ଟି ଅଧୀନରେ କାମ ଆରମ୍ଭ କରିଛି । ୨୦୨୪ରୁ୨୦୩୪ ଏହି ୧୦ ବର୍ଷ ଯୁବଶକ୍ତି ପାଇଁ ସୁବର୍ଣ୍ଣ ଯୁଗ ହେବ । ମା ତାରା ତାରିଣୀ ପୀଠରୁ କାମ ଆରମ୍ଭ ହୋଇଛି । ମିଶନ ଶକ୍ତି ମା’ମାନେ ଉଦ୍ୟୋଗୀ ହେଲେଣି ଚାଷୀ ମାନେ ଲୋନ ପାଇଛନ୍ତି ।ମୁଁ ବହୁତ ଖୁସି ମା ମାନେ ଆଗକୁ ଯାଇଛନ୍ତି । ମା ମାନଙ୍କୁ ଅଧିକାର ଦେବାରେ ବିଜୁ ଦନତା ଦଳ ଏକ ନମ୍ବର ରାଜ୍ୟ । ଇନଭେଷ୍ଟମେଣ୍ଟ ରେ ଓଡିଶା ଏକ ନମ୍ବର ରାଜ୍ୟ ।