କେଜ୍ରିୱାଲଙ୍କ ଭିଡିଓ କନଫେରନ୍ସିଂରେ ଡାକ୍ତରଙ୍କ ପରାମର୍ଶ ଆବେଦନକୁ ଖାରଜ କଲେ କୋର୍ଟ

ନୂଆଦିଲ୍ଲୀ,୨୨/୦୪: ତିହାର ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ କୋର୍ଟଙ୍କ ଝଟକା । ଦିଲ୍ଲୀର ରାଓଜ ଏଭିନ୍ୟୁ କୋର୍ଟରେ ଡାକ୍ତରଙ୍କୁ ଭିଡିଓ କନଫରେନ୍ସିଂରେ ପରାମର୍ଶ ପାଇଁ ଆବେଦନ କରିଥିଲେ କେଜ୍ରିୱାଲ । କେଜ୍ରିୱାଲ ନିଜ ଆବେଦନରେ ଜେଲର ଅଧିକାରୀଙ୍କୁ ତାଙ୍କୁ ଇନସୁଲିନ ଦେବାକୁ ନିର୍ଦ୍ଦେଶ ଓ ତାଙ୍କୁ ସୁଗାର ଲେବଲକୁ ନେଇ ପ୍ରତିଦିନ ଡାକ୍ତରଙ୍କ ସହ ୧୫ ମିନିଟ ଭିଡିଓ କନଫେରନ୍ସିଂରେ ପରାମର୍ଶ ଦେବାକୁ ଆବେଦନ କରିଥିଲେ । ଯାହାକୁ ଆଜି କୋର୍ଟ ଖାରଜ କରିଦେଇଛନ୍ତି ।