ରାଜ୍ୟ ବିଜେପି ପକ୍ଷରୁ ସଂକଳ୍ପ ପତ୍ର ଜାରି

ଭୁବନେଶ୍ୱର,୨୨/୦୪: ରାଜ୍ୟ ବିଜେପି ପକ୍ଷରୁ ସଂକଳ୍ପ ପତ୍ର ଜାରି ହୋଇଛି । ମୋଦୀ ଗାରେଣ୍ଟି – ୨୦୨୪ ସଂକଳ୍ପ ପତ୍ରର ଓଡିଆ ସଂସ୍କରଣ ଉନ୍ମୋଚନ କରିଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ । ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି, କେନ୍ଦ୍ରୀୟ ଇସ୍ତାହାର କମିଟିର ସଦସ୍ୟ ଜୁଏଲ ଓରାମ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ଗୋଲକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ନାରୀ ଶକ୍ତି, ଯୁବକଙ୍କ ପାଇଁ ନୂତନ ସୁଯୋଗ, ସବକା ସାଥ୍ ସବକା ବିକାଶ ଉପରେ ସଂକଳ୍ପ ପତ୍ରରେ ଗୁରୁତ୍ୱ ଦିଆଯାଇଛି ।