ବିଜେଡିର ସପ୍ତମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା

ଭୁବନେଶ୍ୱର,୨୨/୦୪: ବିଜେଡିର ସପ୍ତମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି । ଏଥିରେ ଆଜି ୬ଟ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନ୍ତି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି କ୍ରମରେ ୬ଟି ଆସନରୁ ୫ଟି ଆସନରେ ପ୍ରାର୍ଥୀତ୍ୱ ବଦଳିଥିବାବେଳେ କାକଟପୁରରେ କିନ୍ତୁ ଟିକେଟ୍ ରିପିଟ୍ ହୋଇଛି । ନଜର ପକାନ୍ତୁ କେଉଁ କେଉଁ ଆସନରେ ପ୍ରାର୍ଥୀଙ୍କ ନାଁ ବଦଳିଛି । ବିଶ୍ବରଂଜନ ମଲ୍ଲିକ, ହିନ୍ଦୋଳ- ମହେଶ ସାହୁ, ରଘୁନାଥପଲ୍ଲୀ- ଅର୍ଚ୍ଚନା ରେଖା ବେହେରା , କାକଟପୁର -ତୁଷାରକାନ୍ତି ବେହେରା, ବାଲିକୁଦା ଏରସମା-ସାରଦା ପ୍ରସାଦ ଜେନା, ବାଙ୍ଗିରିପୋଷି- ରଂଜିତା ମାରାଣ୍ଡି ପ୍ରାର୍ଥୀ ହୋଇଛନ୍ତି ।