ଆସନ୍ତା ୨୫ ତାରିଖରେ ସୋନପୁର ଗସ୍ତରେ ଆସୁଛନ୍ତି ଅମିତ ଶାହା

ନୂଆଦିଲ୍ଲୀ,୨୧/୦୪: ୨୦୨୪ ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ ହୋଇଛି। ଏହି କ୍ରମରେ ଏପ୍ରିଲ ୨୫ ତାରିଖରେ ସୋନପୁର ଗସ୍ତରେ ଆସୁଛନ୍ତି  କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ଓଡିଶା ଆସି ସୋନପୁରରେ କରିବେ ହାଇଭୋଲଟେଜ ପ୍ରଚାର ।ତେବେ ୨୫ ତାରିଖ ଅପରାହ୍ନରେ ଏକ ବିଶାଳ ଜନସଭାରେ ଯୋଗଦେଇ ଜନତାଙ୍କୁ ସମ୍ବୋଧିତ କରିବେ। ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ନିର୍ବାଚନରେ ବିଜୟୀ ହେବାକୁ ନେତା ଓ କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ ଅମିତ ଶାହା । ଏଥିସହ ଭୁବନେଶ୍ୱରରେ ଦଳର ରାଜ୍ୟ ନେତୃତ୍ୱଙ୍କୁ ଭେଟି ରଣନୀତି ସମ୍ପର୍କରେ ଆଲୋଚନା କରିବେ । ତେବେ ଶାହାଙ୍କ ଗସ୍ତଙ୍କୁ ନେଇ ଉତ୍ସାହିତ ବିଜେପି ନେତା ଓ କର୍ମୀ ।