ସରୁନି ଅଙ୍କକଷା: ଏବେ ବି ବାକି ଅଛି ତିନି ଦଳର ଟିକେଟ ଘୋଷଣା, ଜାଣନ୍ତୁ କେଉଁ ଦଳରେ କେତେ?

ଭୁବନେଶ୍ୱର,୨୧/୦୪: ଏବେ ବି ସରୁନି ଅଙ୍କକଷା। ଜେବେଠୁ ନିର୍ବାଚନ ତାରିଖ ଘୋଷଣା ସାରିଲାଣି ସେବେଠୁ ତିନି ଦଳ ରେ ଜୋରଦାର ପ୍ରସ୍ତୁତି ଜାରି ରହିଛି। କିନ୍ତୁ ଏବେ ବି ତିନି ପ୍ରମୁଖ ଦଳ ସମସ୍ତ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରି ନାହାନ୍ତି । ବିଜେପି ୧୬, କଂଗ୍ରେସ ୯ଟି ଏବଂ ବିଜେଡି ୧୬ଟି ଆସନରେ ପ୍ରାର୍ଥୀ ଘୋଷଣା କରିବାକୁ ବାକି ରହିଛି । ତେଣୁ ଏବେ ବି ତିନି ଦଳର ଆଶାୟୀ ନେତାଙ୍କ ମଧ୍ୟରେ ଛକାପଞ୍ଝା ଜାରି ରହିଛି । ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇସାରିଛି । ପ୍ରାର୍ଥୀମାନେ ଏପ୍ରିଲ ୨୫ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରିବେ । ଏପ୍ରିଲ ୨୬ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ଓ ଏପ୍ରିଲ ୨୯ ପ୍ରାର୍ଥୀ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି । ମେ ୧୩ ତାରିଖରେ ଓଡିଶାରେ ହେବ ପ୍ରଥମ ପର୍ଯ୍ୟାୟ ଭୋଟ । କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ୨୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ମତଦାନ ହେବ ।