ଏୟାର କୁଲିଙ୍ଗ ହେଲମେଟ୍ ପିନ୍ଧିବେ ଟ୍ରାଫିକ ପୋଲିସ

ଭୁବନେଶ୍ୱର,୨୦/୦୪: ରାଜ୍ୟରେ ଏବେ ଅସହ୍ୟ ଗରମକୁ ତାତି ବଢ଼ିବାରେ ଲାଗିଛି। ଖରାରେ ଡ୍ୟୁଟି କରୁଥିବା କର୍ମଚାରୀମାନେ ଆଉଟପାଉଟ ହେଉଛନ୍ତି। ଏନେଇ ଟ୍ରାଫିକ ପୋଲିସଙ୍କ ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି ଏୟାର କୁଲିଙ୍ଗ ହେଲମେଟ୍ । ଯାହାକୁ ପିନ୍ଧି ଖରାରେ ମଧ୍ୟ ନିଜର ଦାୟିତ୍ୱ ସମ୍ପାଦନ କରିପାରିବେ ଟ୍ରାଫିକ କର୍ମଚାରୀ । ଆଜି ପ୍ରଥମ ଥର ପାଇଁ ରାଜଧାନୀ ଭୁବନେଶ୍ୱରରେ ଏହାର ପରୀକ୍ଷା କରାଯାଇଛି । ଏହା ସଫଳ ହେଲେ ସବୁ ଟ୍ରାଫିକ କର୍ମଚାରୀଙ୍କୁ ଏହା ପ୍ରଦାନ କରାଯିବ । ଏହି ହେଲମେଟ ବ୍ୟାଟେରି ଦ୍ୱାରା ଚାର୍ଜ ହୋଇପାରିବ । ଥରେ ଚାର୍ଜ ହେଲେ ୮ ଘଂଟା ପର୍ଯ୍ୟନ୍ତ ଏହା କାର୍ଯ୍ୟ କରିବ ।