ମର୍ମନ୍ତୁଦ ଦୁର୍ଘଟଣା, ୩୮ ଯାତ୍ରୀଙ୍କ ମୃତ୍ୟୁ

ମଧ୍ୟପ୍ରଦେଶ, ୧୬/୨: ମଧ୍ୟପ୍ରଦେଶରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ସେଠାରେ କେନାଲକୁ ବସ୍ ଖସିପଡିବାରୁ ୩୮ଜଣ ଯାତ୍ରୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ଉଲ୍ଲେଖଯୋଗ୍ୟ ଯେ ରିୱା-ସିଦ୍ଧି ସୀମା ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ସେହି ଯାତ୍ରୀବାହୀ ବସରେ ୫୪ ଜଣ ଯାତ୍ରୀ ଥିବା ସୂଚନା ରହିଛି। ୩୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏନଡିଆରଏଫ୍ ପକ୍ଷରୁ ଏବେ ବିି ଉଦ୍ଧାର କାର୍ଯ୍ୟ ଜାରି ରହିିଛି।