ନିର୍ବାଚନ ୨୦୨୪, କେଉଁ ଦଳରେ କେତେ ଆସନ ପାଇଁ ଘୋଷଣା ହୋଇନି ଟିକେଟ ?

ଭୁବନେଶ୍ୱର,୨୦/୦୪: ଆଉ ଅଳ୍ପ କେଇଟା ଦିନ ଗଲେ ଓଡ଼ିଶାରେ ନିର୍ବାଚନ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପରେ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। କିନ୍ତୁ ଏବେବି ଅନେକ ଆସନରେ ୩ ପ୍ରମୁଖ ରାଜନୈତିକ ଦଳ ପ୍ରାର୍ଥୀ ଘୋଷଣା କରିନାହାନ୍ତି । ତେବେ ଖୁବ୍ ଶୀଘ୍ର ବାକି ଟିକେଟ ଘୋଷଣା ହୋଇପାରେ । ଓଡିଶାରେ ମେ’ ୧୩ ତାରିଖରେ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ମତଦାନ । ଏହାପରେ ମେ’ ୨୦, ୨୫, ଓ ଜୁନ୍ ୧ ଏମିତି ୪ଟି ପର୍ଯ୍ୟାୟରେ ୪ଟି ଲୋକସଭା ଓ ଏହା ଅଧିନରେ ଥିବା ବିଧାନସଭା ଆସନ ପାଇଁ ଭୋଟ୍ ପଡ଼ିବ । ସୂଚନାଯୋଗ୍ୟ ଯେ ବିଜେଡି ଏପର୍ଯ୍ୟନ୍ତ ୧୨୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିସାରିଥିବା ବେଳେ ୨୧ଟି ଆସନରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିନାହିଁ । ସେହିପରି ବିଜେପି ୧୩୧ଟି ଆସନ ପାଇଁ ପ୍ରାର୍ଥୀ ଦେଇଥିବା ବେଳେ ବାକି ଅଛି ଆଉ ୧୬ଟି ଆସନ । କଂଗ୍ରେସ ମଧ୍ୟ ୧୨୫ଟି ଆସନରେ ନିଜ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିବା ବେଳେ ୨୨ ଟି ଆସନ ବାକି ଅଛି ।