ମହାନଦୀ ବୋଟ୍ ଟ୍ରାଜେଡି, ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର,୨୦/୦୪: ଆଜି ଭୋରୁ ଚାଲିଛି ଉଦ୍ଧାର କାର୍ଯ୍ୟ । ମହାନଦୀରେ ଡଙ୍ଗା ବୁଡି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଉଦ୍ଧାର ୬ ଜଣଙ୍କ ମଧ୍ୟରେ ୩ ଜଣ ମହିଳା ଓ ତିନି ଜଣ ଶିଶୁ ଅଛନ୍ତି । ୭ ବର୍ଷର ପିକେଶ୍ୱର ରାଠିଆ ଓ ନବୀନ ରାଠିଆଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ରାଧିକା ରାଠିଆଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏମାନେ ସମସ୍ତେ ଛତିଡ଼ଗର ବାସିନ୍ଦା । ୨ଟି ଆଡଭାନ୍ସ ଅଣ୍ଡର ୱାଟର ସର୍ଚ୍ଚ କ୍ୟାମେରା ମାଧ୍ୟମରେ ସ୍କୁବା ଡାଇଭରମାନେ ମୃତଦେହକୁ ଉଦ୍ଧା କରିଛନ୍ତି । ଏବେବି ବି ସେଠାରେ ଉଦ୍ଧାର କରିବା ପାଇଁ ଅପରେସନ୍ ଜାରି ରହିଛି । ସ୍କୁବା ଡାଇଭରଙ୍କ ସହ ଓଡ୍ରାଫ ଟିମ୍, ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଝାରସୁଗୁଡା ଲଖନପୁର ସ୍ଥିତ ଶରଧା ନିକଟ ମହାନଦୀରେ ଏଭଳି ଦୁଃଖଦ ଘଟଣା ଘଟିଛି । ଡଙ୍ଗାରେ ପାଖାପାଖି ୫୪ଜଣ ଯାତ୍ରୀ ବରଗଡ଼ ବାଞ୍ଜିପାଲିରୁ ଝାରସୁଗୁଡ଼ା ସରଧା ଡଙ୍ଗା ଘାଟକୁ ଆସୁଥିଲେ । ବରଗଡ଼ ପଥରାସେନୀରେ ପୂଜାର୍ଚ୍ଚନା କରି ଫେରୁଥିବା ବେଳେ ସରଧା ଘାଟି ନିକଟିରେ ଦୁର୍ଘଟଣା ହୋଇଥିଲା । ଡଙ୍ଗାରେ ଥିବା ବରଗଡ଼ ଓ ଝାରସୁଗୁଡ଼ାର ୯ ଜଣ ଏବଂ ଛତିଶଗଡ଼ର ୩୭ ଜଣଙ୍କୁ ଉଦ୍ଧାର କରାଯାଇଛି ।