ଉତ୍ତରପ୍ରଦେଶରେ ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କରି ଏପରି କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ, ୧୯/୦୪: ଦେଶରେ ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ସରିଛି। ଏପଟେ ସବୁ ରାଜନୈତିକ ଦଳର ଜୋରଦାର ପ୍ରସ୍ତୁତି ଜାରି ରହିଛି। ଏହାରିମଧ୍ୟରେ ଆଜି ଉତ୍ତରପ୍ରଦେଶରେ ପ୍ରଧାନମନ୍ତ୍ରୀ ମୋଦି ଜନସଭା କରିଛନ୍ତି । ରାଲିକୁ ସମ୍ବୋଧିତ କରି ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦି କହିଛନ୍ତି ପ୍ରଭୁ ରାମଙ୍କ ପ୍ରାଣପ୍ରତିଷ୍ଠାକୁ ନିମନ୍ତ୍ରଣ ପ୍ରତ୍ୟାଖାନ କରି ବିରୋଧୀ ରାମବିରୋଧୀ ବୋଲି ନିଜକୁ ପ୍ରମାଣିତ କରିଛନ୍ତି ।ଅନ୍ୟପଟେ ପରୋକ୍ଷରେ ରାହୁଲ ଓ ଅଖିଳେଶଙ୍କୁ କଟାକ୍ଷ କରି ମୋଦି କହିଛନ୍ତି ଉତ୍ତରପ୍ରଦେଶରେ ଦୁଇ ରାଜକୁମାରଙ୍କ ଫିଲ୍ମ ସୁଟିଂ ଚାଲିଛି । ଏମାନେ ଜନତାଙ୍କ ନିକଟରେ ଭୋଟ ପାଇଁ ପହଁଚିବାକୁ ଚେଷ୍ଟା କରୁଛନ୍ତି କିନ୍ତୁ ସେମାନଙ୍କୁ ପ୍ରତ୍ୟାଖାନ କରାଯାଉଛି । ବିଗତ ବର୍ଷର ସଫଳତା କେବଳ ଏକ ଟ୍ରେଲର ଅଟେ ଆଗକୁ ଅନେକ ସଫଳତା ଦେଖିବାକୁ ବାକି ରହିଛି ବୋଲି କହିଛନ୍ତି ।