ରାଜ୍ୟରେ ଅସହ୍ୟ ତାତି, ୪୦ ଡିଗ୍ରୀ ଉପରେ ୩୨ ସହରର ତାପମାତ୍ରା

ଭୁବନେଶ୍ୱର, ୧୮/୦୪: ରାଜ୍ୟରେ ଏବେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ସହିତ ଗୁଳୁଗୁଳି ଲାଗି ରହିଛି। ଏହି କ୍ରମରେ ପାଣିପାଗ ବିଭାଗର ରିପୋର୍ଟ ମୁତାବକ ଆଜି ରାଜ୍ୟର ୩୨ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ହେଲେ ରାଜ୍ୟର ସବୁଠାରୁ ଉତପ୍ତ ସହର ଭାବେ ଆଜି ରାଜଧାନୀକୁ ଚିହ୍ନଟ କରାଯାଇଛି । ଭୁବନେଶ୍ୱରର ତାପମାତ୍ରା ୪୩.୬ ଡିଗ୍ରୀ ଉପରେ ରହିଛି । ବୌଦ୍ଧ ୪୩.୫, ଅନୁଗୁଳ ୪୩.୩, ଝାରସୁଗୁଡା ୪୨.୮, ବାରିପଦା ୪୨.୬, ଖୋର୍ଦ୍ଧା ଓ ମାଲକାନାଗରିର ତାପମାତ୍ରା ୪୨.୫ ଡିଗ୍ରୀ । ଟିଟିଲାଗଡ ୪୨.୫, ଜଗତସିଂହପୁର ୪୨.୩, ଡିଗ୍ରୀ ରହିଛି ।ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ମୁତାବକ ଆହୁରି ତାପମାତ୍ରା ବୃଦ୍ଧି ପାଇପାରେ । ଏଭଳି ଅସହ୍ୟ ଗ୍ରୀଷ୍ମପ୍ରବାହ ୨୦ ତାରିଖ ଯାଏଁ ଲାଗି ରହିବ । ୨୦ ତାରିଖ ପରେ କିଛି ଜିଲ୍ଲାରେ କାଳବୈଶାଖୀ ହେବାର ସମ୍ଭାବନା ଥିବା କଥା ପାଣିପାଗ ବିଭାଗ ସୂଚନା ଦେଇଛି ।