ସମସ୍ତଙ୍କୁ ବିମୋହିତ କଲା ଅଯୋଧ୍ୟାରେ ଶ୍ରୀରାମଲଲାଙ୍କ ସୂର୍ଯ୍ୟତିଳକ

ଭୁବନେଶ୍ୱର, ୧୭/୦୪: ଆଜି ପବିତ୍ର ଶ୍ରୀରାମ ନବମୀ। ଅଯୋଧ୍ୟାରେ ଶ୍ରୀରାମଲଲାଙ୍କ ସୂର୍ଯ୍ୟତିଳକ ଦୃଶ୍ୟ ସମସ୍ତଙ୍କୁ ବିମୋହିତ କରିଛି । ଠିକ୍ ମଧ୍ୟାହ୍ନ ବେଳେ ଦେଖିବାକୁ ମିଳିଥିଲା ଏହି ଅଭିନବ ଦୃଶ୍ୟ । ବିଜ୍ଞାନର ଫର୍ମୁଲା ଅନୁସାରେ ଏହା ସମ୍ପନ୍ନ କରାଯାଇଛି । ପ୍ରଭୁଙ୍କ ସୂର୍ଯ୍ୟ ତିଳକ ସହ ଜନ୍ମୋତ୍ସବର ପ୍ରତ୍ୟେକ ପ୍ରକ୍ରିୟା ଅବିସ୍ମରଣୀୟ ହୋଇଛି । ଦିନ ୧୨ଟାରେ ଶ୍ରୀରାମଙ୍କ ଜନ୍ମ ଉତ୍ସବ ସହ ତାଙ୍କ ମସ୍ତକରେ ସୂର୍ଯ୍ୟତିଳକ କରାଯାଇଛି । ଏହି ଦୃଶ୍ୟ ଦେଖିବାକୁ ଅଯୋଧ୍ୟାରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଛି । ପ୍ରଧାନମନ୍ତ୍ରୀ ନିର୍ବାଚନ ପ୍ରଚାର କାର୍ଯ୍ୟରେ ବ୍ୟସ୍ତ ଥିବାବେଳେ ୧୨ଟା ସମୟରେ କିନ୍ତୁ ଶ୍ରୀରାମଙ୍କ ସୂର୍ଯ୍ୟ ତିଳକ ଦୃଶ୍ୟକୁ ନିଜ ଟାବ୍ଲୋଏଡରେ ଦର୍ଶନ କରିଥିଲେ । ପ୍ରଚାର ପାଇଁ ବିମାନରେ ଯାତ୍ରା କରୁଥିଲେ ବି ଏହି ସମୟରେ ଜୋତା ଖୋଲି ପ୍ରଭୁଙ୍କୁ ଦର୍ଶନ କରିବା ସହ ପ୍ରଣାମ ଜଣାଇଥିଲେ ମୋଦୀ ।