ଭୟଙ୍କର ସଡ଼କ ଦୁର୍ଘଟଣା: ସିକରରେ ଜଳିଗଲା କାର୍, ୭ଜଣ ମୃତ

ନୂଆଦିଲ୍ଲୀ,୧୫/୦୪: ରାଜସ୍ଥାନ ସିକର ଜିଲ୍ଲାରେ ଅଭାବନୀୟ ଘଟଣା ଘଟିଛି। ଭୟଙ୍କର ସଡ଼କ ଦୁର୍ଘଟଣାରେ ଟ୍ରକକୁ ପଛରୁ ଧକ୍କା ଦେବା ପରେ ଜଳିଗଲା କାର୍ । କାରରେ ହଠାତ୍ ନିଆଁ ଲାଗିଯିବାରୁ କାରରେ ଥିବା କୌଣସି ବ୍ୟକ୍ତି ବାହାରକୁ ବାହାରିବାକୁ ସମର୍ଥ ହୋଇନଥିଲେ । ଫଳରେ କାର ସହ ଜଳିଯାଇଥିଲେ ଗୋଟିଏ ପରିବାରର ସମସ୍ତ ୭ଜଣ । ଏ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ମାତ୍ର କିଛି ସମୟ ମଧ୍ୟରେ କାରଟି ସମ୍ପୂର୍ଣ୍ଣ ଜଳିଯାଇଥିଲା । ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚିି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ କାରରେ ଥିବା ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ ରହିଛନ୍ତି । କାରରେ ଲାଗିଥିବା ନମ୍ବର ୟୁପିର ହୋଇଥିବା ବେଳେ ମୃତକଙ୍କୁ ଚିହ୍ନଟ କରିବାକ ଚେଷ୍ଟା ଚାଲିଥିବା ସୂଚନା ରହିଛି ।