ଆଜି ମହାବିଷୁବ ପଣା ସଂକ୍ରାନ୍ତି, ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୪/୦୪: ଆଜି ମହାବିଷୁବ ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ । ସାରା ରାଜ୍ୟରେ ବୃନ୍ଦାବତୀ ମୂଳରେ ଜଳ ଘଡ଼ି ବସାଇବା ପଣା ବାଣ୍ଟି ଉତ୍ସବ ମନାଉଛନ୍ତି ଓଡ଼ିଆ ଲୋକ । ଏହି ଦିନକୁ ରାମଭକ୍ତ ହନୁମାନଙ୍କ ଜୟନ୍ତୀ ଭାବେ ମଧ୍ୟ ପାଳନ କରାଯାଇଥାଏ । ଉକ୍ରଳୀୟ ପରମ୍ପରା ଅନୁଯାୟୀ ଆଜିଠାରୁ ନୂଆ ପାଞ୍ଜିକା ପ୍ରଚଳନ କରାଯାଏ । ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି । ଓଡ଼ିଆ ନୂଆବର୍ଷ ଅବସରରେ ରାଜ୍ୟର ପ୍ରମୁଖ ଦେବାଳୟ ମାନଙ୍କରେ ସକାଳୁ ସକାଳୁ ବେଶ ଭିଡ଼ ଲାଗିଥିବା ଦେଖିବାକୁ ମିଳିଛି ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଆ ନବବର୍ଷ ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।