ଇସ୍ରାଏଲ ଉପରେ ଇରାନର ଘନ ଘନ କ୍ଷେପଣାସ୍ତ୍ର ମାଡ଼ ଓ ଡ୍ରୋନ ଆକ୍ରମଣ

ଭୁବନେଶ୍ୱର,୧୪/୦୪: ଇସ୍ରାଏଲ ଉପରେ ଇରାନ ଘନ ଘନ କ୍ଷେପଣାସ୍ତ୍ର ମାଡ଼ ଓ ଡ୍ରୋନ ଆକ୍ରମଣ କରିଛି। ଆଇଡିଏଫ ହାଇ ଆଲର୍ଟ ରହିବା ସହ ଇସ୍ରାଏଲର ସମସ୍ତ ବିମାନ ଚଳାଚଳକୁ ବନ୍ଦ କରାଯାଇଛି । ସିରିଆରେ ଇରାନୀ ଦୂତାବାସ ଉପରେ ଇସ୍ରାଏଲର ଆକ୍ରମଣ ପରେ ପ୍ରତିଶୋଧ ନେଇଛି ବୋଲି ସୋସିଆଲ ମିଡ଼ିଆ ଏକ୍ସରେ ଇରାନ ପକ୍ଷରୁ ଭିଡ଼ିଓ ବିବୃତି ଜାରି କରାଯାଇଛି ।ବର୍ତ୍ତମାନ ର ସୂଚନା ଅନୁଯାୟୀ ଇରାନ ଅଧିକରୁ ଅଧିକ ମିଶାଇଲ ବ୍ୟବହାର କରିବା ସହ ଆହୁରି ୨୦୦ରୁ ଅଧିକ ଡ୍ରୋନ ଯୁଦ୍ଧରେ ଲଗାଇଥିବା ସୂଚନା ରହିଛି । ଇସ୍ରାଏଲର ସୁରକ୍ଷା ପାଇଁ ଆମେରିକା ସହଯୋଗ କରୁଥିବା ବେଳେ ଆଗକୁ ଯୁଦ୍ଧ ପରିସ୍ଥିତି ଆହୁରି ଘନେଇବା ନେଇ ଆଶଙ୍କା ଦେଖାଦେଇଛି ।