ଗ୍ରାହକ ମୁଣ୍ଡରେ ଚଡକ, ବଢ଼ିଲା ସବୁଠୁ ଦରକାରୀ ପରିବା ଆଳୁର ଦର

ଭୁବନେଶ୍ୱର,୧୩/୦୪: ରୋଷେଇ ଘରେ ମହଙ୍ଗା ମାଡ଼। ବଜାରରେ ସବୁଠୁ ଦରକାରୀ ପରିବା ଆଳୁ ଦର ମହଙ୍ଗା ହୋଇଛି। ରାଜଧାନୀରେ ଏବେ ଆଳୁ କିଲୋ ପିଛା ୨୮ରୁ ୩୦ ଟଙ୍କା ଦରରେ ବିକ୍ରି ହେଉଛି । ଆଳୁର ଦର ବୃଦ୍ଧି ଖାଉଟିଙ୍କ ପକେଟକୁ ବାଧୁଛି । ବିଶେଷ କରି ଆଳୁ ଅମଳ ସରୁ ସରୁ ମହଙ୍ଗା ହେବା ସାଧାରଣ ଲୋକଙ୍କୁ ଅଡୁଆରେ ପକାଇଛି । ସାଧାରଣତଃ ଡିସେମ୍ବରରୁ ଫେବ୍ରୁଆରୀ ଭିତରେ ଆଳୁ ଅମଳ ହୋଇଥାଏ । ନୂଆ ଆଳୁ ବଜାରକୁ ଆସିବା ପରେ ଦର କମିବା କଥା, କିନ୍ତୁ ବାହାର ରାଜ୍ୟରେ ଦର ବଢିଥିବାରୁ ଓଡିଶାରେ ମଧ୍ୟ ବଢୁଛି ବୋଲି କହିଛନ୍ତି ବଜାର କମିଟି । ଏବେ ବାହାର ରାଜ୍ୟରେ ଆଳୁର ଦର ବଢିଥିବାରୁ ରାଜ୍ୟରେ ମଧ୍ୟ ଆଳୁର ଦର ବଢିଥିବା କହିଛନ୍ତି ଓଡିଶା ବ୍ୟବସାୟୀ ମହାସଂଘର ମହାସଚିବ ।