ଆଜି ରାଜଧାନୀ ଭୁବନେଶ୍ୱରର ୭୬ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର,୧୩/୦୪: ଆଜି ରାଜଧାନୀ ଭୁବନେଶ୍ୱରର ୭୬ତମ ପ୍ରତିଷ୍ଠା ଦିବସ । ୧୯୪୮ ମସିହା ଏପ୍ରିଲ ୧୩ ତାରିଖରେ ଓଡ଼ିଶାର ରାଜଧାନୀ ହୋଇଥିଲା ଭୁବନେଶ୍ୱର । ସେବେଠାରୁ ପ୍ରତିବର୍ଷ ଆଜିର ଦିନକୁ ରାଜଧାନୀ ପ୍ରତିଷ୍ଠା ଦିବସ ଭାବେ ପାଳନ କରାଯାଉଛି । ୧୯୪୬ ମସିହାରେ ଭୁବନେଶ୍ୱରକୁ ଏକ ମନୋହର ନଗରୀରେ ଗଢ଼ି ତୋଳିବା ପାଇଁ ନକ୍ସା ପ୍ରସ୍ତୁତ ହୋଇଥିଲା । ୧୯୪୮ ଏପ୍ରିଲ ୧୩ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ଦ୍ୱାରା ରାଜଧାନୀ ପ୍ରତିଷ୍ଠା ଫଳକ ସ୍ଥାପନ କରାଯାଇଥିଲା । ଓଡ଼ିଶା ବିଧାନ ସୌଧ ନିକଟରେ ଥିବା ଏହି ଫଳକରେ ଆଜି ପୁଷ୍ପମାଲ୍ୟ ଅର୍ପଣ ସହ ପତାକା ଉତୋଳନ କରାଯିବ । ଏହପରେ ଅତିଥିମାନଙ୍କ ଦ୍ୱାରା ସ୍ଥାନୀୟ ଜୟଦେବ ଭବନରେ ଏକ ସ୍ୱତନ୍ତ୍ର ଫଟୋଚିତ୍ର ପ୍ରଦର୍ଶନୀ ଉଦଘାଟନ ହେବାର କାର୍ଯ୍ୟକ୍ରମ ରହିଛି ।