ନବୀନ ନିବାସରେ ପହଁଚିଲେ ଓଲିଉଡ୍ କଳାକାର

ଭୁବନେଶ୍ୱର,୧୨/୦୪:ନବୀନ ନିବାସରେ ପହଁଚିଲେ ଓଲିଉଡ୍ କଳାକାର । ଡାକରା ପାଇ ନବୀନ ନିବାସରେ ପହଞ୍ଚିଛନ୍ତି ଅନେକ ଫିଲ୍ମ ଷ୍ଟାର ଓ ଗୀତିକାର । ଏଥିସହ କମେଡିଆନ୍ ଏବଂ ୟୁଟୁବର ମାନେ ମଧ୍ୟ ପହଁଚିଛନ୍ତି । ଏମାନଙ୍କ ଭିତରେ ଅଭିନେତା ସ୍ୱରାଜ ବାରିକ, ଅମ୍ଳାନ ଦାସ, ଦେବାଶିଷ, ସମ୍ବିତ, ଅଭିନେତ୍ରୀ ଲିପ୍ସା, ଭୂମିକା, ନିକିତା କମେଡିଆନ୍ ସନ୍ତୁ, ଶଙ୍କର, ଚାନ୍ଦିନୀ ଆଦି ରହିଛନ୍ତି । ପ୍ରଚାର ମୈଦାନକୁ ଆହୁରି ଜୋରଦାର କରିବା ପାଇଁ ଲୋକପ୍ରିୟ କଳାକାରଙ୍କୁ ଖୋଜା ପଡିଥିବା କୁହାଯାଉଛି । ସୂଚନାଯୋଗ୍ୟ ଯେ ଭୋଟ୍ ହାତେଇବା ପାଇଁ ସବୁ ଦଳରେ ରଣନୀତି ପ୍ରସ୍ତୁତ ସରିଛି ।