କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାରଙ୍କୁ ବରଖାସ୍ତ କଲା ଭିଜିଲାନ୍ସ ବିଭାଗ

ନୂଆଦିଲ୍ଲୀ, ୧୧/୦୪: ଦିନକୁ ଦିନ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଏବେ ତାଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାରଙ୍କୁ ବରଖାସ୍ତ କରାଯାଇଛି । ଭିଜିଲାନ୍ସ ନିର୍ଦ୍ଦେଶକ ପକ୍ଷରୁ ଜାରି କରାଯାଇଥିବା ଚିଠିରେ କୁହାଯାଇଛି ଯେ, କେନ୍ଦ୍ରୀୟ ପ୍ରଶାସନିକ ସେବାର ନିୟମକୁ ଉଲଂଘନ କରାଯାଇ ବିଭବ କୁମାରଙ୍କୁ ନିଯୁକ୍ତି ଦିଆଯାଇଥିଲା । ୨୦୦୭ରେ ବିଭବ କୁମାର ଦିଲ୍ଲୀରେ ଜଣେ କାର୍ଯ୍ୟରତ ଅଧିକାରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା।ଯାହା ତାଙ୍କ ନିଯୁକ୍ତି ବେଳେ ଏହି ତଥ୍ୟ ଦିଆଯାଇ ନଥିଲା ।