ସ୍କୁଲ ବସ୍ ଓଲଟିବାରୁ  ୬ ଛୋଟ ପିଲାଙ୍କର ମୃତ୍ୟୁ

ଭୁବନେଶ୍ୱର,୧୧/୦୪: ଛୁଟି ଦିନରେ ସ୍କୁଲ ବସ୍ ଓଲଟିବାରୁ  ୬ ଛୋଟ ପିଲାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଏହାସହ ୨୦ରୁ ଅଧିକ ଆହତ ହୋଇଛନ୍ତି । ହରିଆଣାର ନରନୌଲ ନିକଟସ୍ଥ ଉନହନି ଗାଁରେ ଏହି ଦୁର୍ଘଟଣା ଘଟିଛି । ବସ ଚାଳକ ଜଣଙ୍କ ମଦ ପିଇଥିବା ଜଣାପଡିଛି । ଭାରସାମ୍ୟ ହରାଇବାରୁ ଏଭଳି ଏକ ଦୁର୍ଘଟଣା ଘଟିଛି । ବସ ଚାଳକ ଏବେ ଗିରଫ ହୋଇଛନ୍ତି । ଏବେ ଗିରଫ ହେବା ପରେ ସଂପୃକ୍ତ ଡ୍ରାଇଭରଙ୍କ ମେଡିକାଲ ପରୀକ୍ଷା ହେବ । ଏହାପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜଣାପଡିଛି ।