ମହମ୍ମଦ ମୋକିମଙ୍କୁ ଝଟକା, ଭିଜିଲାନ୍ସ କୋର୍ଟଙ୍କ ରାୟକୁ କାଏମ ରଖିଲେ ହାଇକୋର୍ଟ

ଭୁବନେଶ୍ୱର,୧୦/୦୪: ନିର୍ବାଚନ ଆଗରୁ ହାଇକୋର୍ଟରୁ ମୋକିମ୍ ଲାଗିଛି ବଡ ଝଟକା । ଓଆରଏଚଡିସି ଦୁର୍ନୀତି ମାମଲାରେ ହାଇକୋର୍ଟଙ୍କ ରାୟ ପରେ ମୋକିମଙ୍କ ଅଡୁଆ ବଢିଛି । ଭିଜିଲାନ୍ସ କୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି ହାଇକୋର୍ଟ ।ଓଆରଏଚଡିସି ଦୁର୍ନୀତି ମାମଲାରେ ମହମ୍ମଦ ମୋକିମଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ ଭିଜିଲାନ୍ସ କୋର୍ଟ । ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ କଟକ ବାରବାଟୀ ବିଧାୟକ । ତେବେ ତାଙ୍କ ଆବେଦନକୁ ଖାରଜ କରିଛନ୍ତି ହାଇକୋର୍ଟ । ଏହାସହ ଦଣ୍ଡାଦେଶକୁ କାଏମ ରଖିଛନ୍ତି । ତେବେ ଏ ନେଇ ମୋକିମ୍ କହିଛନ୍ତି, ହାଇକୋର୍ଟଙ୍କ ରାୟ ଓ ଆଇନକୁ ସମ୍ମାନ ଜଣାଉଛନ୍ତି । ଜଜମେଣ୍ଟ କପି ପାଇବା ପରେ ଆଇନଜୀବୀଙ୍କ ପରାମର୍ଶ ନେବେ । ଆଇନ ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ନିଆଯିବ ।